भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odiya Loka Sanskruti Sabdakosa

Odisha Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

< previous123456789331332Next >

ଅଇ

ଓକାଳ ବା ବାନ୍ତି ଉଠାଇବା l

ଅଇଘରା

ମାଘ ମାସର ପୁର୍ଣ୍ଣିମା ; ଅଗିପୁନେଇ ;ଅଗ୍ନ୍ୟୁତ୍ସବ l ଏଇଦିନ ରାତିରେ ସମ୍ମିଳିତ ଭାବରେ କୃଷକମାନେ ବାଉଁଶ ଅଗିରା କିମ୍ବା ଗଛ ଡାଳ ପୋତି ଏହା ଉପରେ ନଡା ଓ କୁଟା ବିଛାଇ ଏହାକୁ ପୋଡନ୍ତି lଏଇ ନିଆଁ ରେ ଶାହାଡା ଡାଳ,ଅଣଖୁଆ ଇତ୍ୟାଦି ପକାଇ ଏହାର ଦରପୋଡା ଅଂଶ ଉଦ୍ଧାର କରି ଚାଷଜମିରେ ଓ ଅମାରରେ ପକାନ୍ତି l ଏହାକୁ ସାଆର କୁହାଯାଏ l ଜ୍ୱଳନ୍ତ ଅଗ୍ନିକୁ ବାଇଗଣ ଓ ଗିଲ ମଧ୍ୟ ପକାଯାଏ l ଅଗି ପାଉଁଶକୁ ନେଇ ଘର ଦୁଆର ମୁହଁ ଲିପାଯାଏ l ଅଗିରେ ପଡିଥିବା ଦରପୋଡା ବାଇଗଣକୁ ଲୋକେ ଖାଆନ୍ତି, ଏହାଦ୍ୱାରା ଚର୍ମ ରୋଗ ଭଲହୁଏ ବୋଲି ଧାରଣା ରହିଛି l ଅଗ୍ନ୍ୟୁତ୍ସବ ଠାରୁ ଶୀତ ଶେଷ ହୁଏ,ଏଥିପାଇଁ ଲୋକେ ଗାଆନ୍ତି-‘ଅଗି ଜଳିଲା ଶୀତ ଟଳିଲା ‘l ଏହି କୃଷିଭିତ୍ତିକ ଉତ୍ସବଟି ବେଶ୍‌ ଚିତ୍ତାକର୍ଷକ

ଅଇରା

ମଳା,ବଇଠି ,ମୋଡିଆ l ହାଣ୍ଡି,ମାଠିଆ ପ୍ରଭୃତି ଜଳାଧାର ପାତ୍ରକୁ ମାଟିରେ ସ୍ଥିର ଅବସ୍ଥାରେ ରଖିବା ନିମିତ୍ତ କୁଟା ,ପାଳ,ଅଖା,ଛିଡା କପଡା ଇତ୍ୟାଦିରେ ତିଆରି ମଝି ଫାଙ୍କାଥିବା ଗୋଲାକାର ଗଦି ,ବଇଠି,ମଳା ଇତ୍ୟାଦି l

ଅଇରି ଗଉଡ

ବିଚିତ୍ର ଖେଳ କୌତୁକ ପ୍ରଦର୍ଶନକାରୀ ଜାତି ବିଷେଶ lଏମାନେ ସଖୀ କଣ୍ଢେଇ ନାଟ ,ଯାଦୁବିଦ୍ୟା ପ୍ରଦର୍ଶନ କରି ଜୀବିକାର୍ଜ୍ଜନ କରନ୍ତି l ଏମାନେ ମୁଖ୍ୟତଃ ଯାଯାବର ଏବଂ କଣ୍ଢେଇନାଟ କୁ ପାରିବାରିକ କଳା ରୂପେ ଆଦରି ନେଇଥାନ୍ତି l

ଅକାଣ୍ଡି ଆ

କୁଟା ହୋଇଥିଲେ ମଧ୍ୟ ଭଲ ଭାବରେ ତଷୁ ବାହାରି ନଥିବା ଚାଉଳ l

ଅଖ

ଶଗଡର ଦୁଇ ଚକକୁ ସଂଯୋଗ କରୁଥିବା ମଜଭୁତ କାଠଖଣ୍ଡ l ଏହା ଉପରେ ଶଗଡର ସମଗ୍ର ଶରୀର ରଖାଯାଇଥାଏ l

ଅଖଣ୍ଡଦୀପ

ଦେବ ,ଦେବୀଙ୍କ ନିକଟରେ ଜଲୁଥିବା ଅନିଭାଦୀପ lଏହାକୁ ଜାଳିବା ନିମିତ୍ତ ସ୍ୱତନ୍ତ୍ର ବ୍ୟକ୍ତି ନିଯୁକ୍ତ ଥାଆନ୍ତି l କଣାଥିବା ମାଟି ହାଣ୍ଡି ଭିତରେ ବାଲି ବିଛାଇ ,ଏହା ଉପରେ କିଛି ଗୋବର ରଖି ଏଇ ଦୀପ ଜଳାଯାଏ l ସଂପୃକ୍ତ ହାଣ୍ଡିକୁ ଅଖଣ୍ଡଳ ଆଟିକା କୁହାଯାଏ l କେହି କେହି ଏହାକୁ ଅଖଣ୍ଡଳ କହିଥାଆନ୍ତି l

ଅଖିମୁଠି

ଅକ୍ଷୟ ତୃତୀୟା ରେ ବିଲରେ ପ୍ରଥମ ହଳ କରାଯାଇ ବୁଣା ଯାଉଥିବା ବିହନ l

ଅକ୍ତାଚାଉଳ

ପଶୁକୁ ବଳି ପକାଇବା ପୂର୍ବରୁ ଖାଇବାକୁ ଦିଆ ଯାଉଥିବା ମନ୍ତ୍ର ଶୋଧିତ ଅରୁଆ ଚାଉଳ ଓ ଦୂବ l

ଅକ୍ଷିତୃତୀୟା

ଅକ୍ଷୟ ତୃତୀୟା,ବୈଶାଖ ଶୁକ୍ଲ ପକ୍ଷ ତୃତୀୟା ତିଥି l ଏଇ ତିଥିରେ ସତ୍ୟଯୁଗ ଆରମ୍ଭ ହୋଇଥିଲା ବୋଲି ପୁରାଣରେ ବର୍ଣ୍ଣନା ଅଛି lଏଇ ଦିନ ଜଗନ୍ନାଥ ମହାପ୍ରଭୁଙ୍କ ର ପ୍ରଖ୍ୟାତ ଚନ୍ଦନ ଯାତ୍ରା ଆରମ୍ଭ ହୁଏ ଓ ପବିତ୍ର ରଥ ଯାତ୍ରା ନିମିତ୍ତ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୁଏ l ପୁରାଣ ଅନୁଯାୟୀ ଏଇ ଦିନ ସତ୍ୟ ଯୁଗ ଆରମ୍ଭ ହୋଇ ଥିଲା ଓ ସ୍ୱର୍ଗରୁ ସ୍ୱୟଂ ଇନ୍ଦ୍ର କୃଷି ଭୂମିରେ ବୀଜ ବପନ କରିଥିଲେ l ଓଡିଶାରେ କୃଷକ ମାନେ ଏଇଦିନ ବିହନ ଅନୁକୂଳ କରନ୍ତି l କ୍ଷେତରେ ପ୍ରଥମେ ଭୂମି ପୁଜା କରିବା ପରେ ହଳ ଆରମ୍ଭ ହୁଏ ଓ ବିହନ ବୁଣାଯାଏ l ହାତରେ ଧରି ବୁଣାଯାଉଥିବା ବିହନକୁ ଆଖିମୁଠି କୁହାଯାଏ l ଏହା ଏକ କୃଷିଭିତ୍ତିକ ପର୍ବ l

ଅଗର

ମୋଟା କାଠରେ କଣା କରିବା ନିମିତ୍ତ ବଢେଇଙ୍କ ଦ୍ୱାରା ବ୍ୟବହୃତ ଲୁହାଯନ୍ତ୍ର,ଏହାର ଅଗ୍ର ଭାଗ ମୁନିଆଁ ଏବଂ ମୋଡା ମୋଡା ହୋଇଥାଏ ,ମୂଳରେ କାଠର ବେଣ୍ଟ ଲାଗିଥାଏ,ଏହାକୁ କାଠ ଉପରେ ଚାପ ଦେଇ ଘୂରାଇଲେ କାଠରେ କଣା ହୁଏ l

ଅଗରା

୧.ବାଉଁଶ ଗଛର କଣିଥିବା ଅଗ୍ର ଭାଗ,ବିଭିନ୍ନ ଡାଳର ଅଗ ଅଂଶ l ବାଉଁଶ ଅଗିରାକୁ ଚାଳ ଛ ପ ର ଘ ର ର ବିଭିନ୍ନ ଜାଗା ରେ ଛ ପ ର ଉ ପ ରେ ଚାଳ ଉଡି ନ ଯିବା ନିମିତ୍ତ ବ ନ୍ଧା ଯା ଏ ,ଲ ଟା ଜାତୀୟ ଫ ସ ଲ କିଆରି ରେ ଲ ତା ମାଡିବାକୁ ଏହାକୁ ପୋତା ଯା ଏ l ଏହାକୁ ମ ଧ୍ୟ ଅଗିରା କୁ ହା ଯା ଏ l ଅଗିରା ପୁନେଇଁ ରେ ଅଗିରା ପୋତି ଏହା ଉପ ରେ ନ ଡା ଓ କୁ ଟା ଜ ମେ ଇ ଅଗି ପ୍ର ସ୍ତୁ ତ କ ରା ଯାଏ l
୨. ଏକ କଣ୍ଟା ଜାତୀୟ ଗୁଳ୍ମ, ଯାହା ମୁଗ ବା ବିରି କ୍ଷେତରେ ଉଠିଥାଏ l ଏହାର କଣ୍ଟାଯୁକ୍ତ ଫଳ ଭିତରେ ରହିଥିବା ମଂଜିରୁ ତେଲ ମଧ୍ୟ ବାହାରେ l

ଅଗାଡି

ଫମ୍ପାଧାନ l ସାଆର ଢୋକିବା ବେଳେ, କେତେକ ଧାନରେ ଶସ ନଥାଏ, ଏଣୁ ଏଥିରୁ ଚାଉଳ
ବାହାରେ ନାହିଁ l ଧାନ ଅମଳ ସମୟରେ ପବନରେ ଧାନ ଉଡ଼ାଇ କିମ୍ବା କୁଲାରେ ପାଛୁଡ଼ି ଅନାବଶ୍ୟକ ଅଗାଡ଼ିକୁ ଧାନରୁ ଅଲଗା କରାଯାଏ l ନଡ଼ିଆଗଛ ମୂଳରେ ଖାତ ଖୋଳି ଲୁଣ ସହିତ ଏହାକୁ ମିଶାଇ ପୋତାଗଲେ, ନଡ଼ିଆ ଫସଲ ଭଲ ହୁଏ l

ଅଗି

ମାଘ ପୁନିଅଁରେ ମାଟିରେ ପୋତାଯାଉଥିବା ଅଗିରା ଉପରେ ନଡ଼ା ଓ କୁଟା ରଖା ଯାଇ ଏହା
ପ୍ରସ୍ତୁତ କରାଯାଏ l ପରେ ଏଥିରେ ନିଆଁ ଲଗାଇ ପୋଡାଯାଏ l ଏହାକୁ ଅଗ୍ନ୍ୟୁତ୍ସବ କୁହାଯାଏ l ଅଗି ପୁନେଇଁରେ ଅରୁଆ ଚାଉଳରେ ଯାଉ ତିଆରି କରି ଭୋଗ କରାଯାଏ, ଏହାକୁ ଅଗିଯାଉ କୁହାଯାଏ l

ଅଙ୍କ

ସଂଖ୍ୟା, ଗଣିତ, ବର୍ଷ

ଅଙ୍କୁରାରୋପଣ

ଯାଗ, ଯଜ୍ଞ, ଘରପ୍ରତିଷ୍ଠା ଓ ମନ୍ଦିର ପ୍ରତିଷ୍ଠା ପ୍ରଭୃତିର ପୂର୍ବଦିନ, ସଂପୃକ୍ତ ସ୍ଥାନରେ ଧାନ, ଯ‌ଅ, ମୁଗ,
ବିରି, ସୋରିଷ ଇତ୍ୟାଦି ପଞ୍ଚଶସ୍ୟ ବୁଣାଯାଇ- ଏହା ଉପରେ ପାଣି ଛିଞ୍ଚାଯାଏ, ଏଗୁଡ଼ିକରୁ ପରେ ପରେ ଗଜା ବାହାରେ l ଏଇ ସମୟରେ ବିବିଧ ମନ୍ତ୍ର ଉଚ୍ଚାରଣାଦି ବିଧିମାନ ରହିଛି l

ଅଙ୍କୁଶ

ହାତୀକୁ ନିୟନ୍ତ୍ରଣ କରିବାକୁ ମାହୁନ୍ତ ଦ୍ଵାରା ବ୍ୟବହୃତ ଲୁହା ତେଣ୍ଟା l

ଅଘପଟ

ଶିବଲିଙ୍ଗ ସହିତ ଚକ୍ରାକାର ଶକ୍ତିର ସଂଯୋଗ ହୋ‌ଇଥିବା ପଥର ଖୋଦେଇ l

ଅଜା ଏକାଦଶୀ

ଭାଦ୍ରବ ମାସ କୃଷ୍ଣପକ୍ଷ ଏକାଦଶୀ l ପ୍ରଭୁ ଜଗନ୍ନାଥଙ୍କ କାଳୀୟ ଦଳନ ବେଶ ହେତୁ ଏହାକୁ କାଳୀୟ ଦଳନ ଏକାଦଶୀ ମଧ୍ୟ କୁହାଯାଏ l ଏଇ ଏକାଦଶୀ ପାଳନ କଲେ, ମନୁଷ୍ୟ ପୂର୍ବଜନ୍ମରୁ ମୁକ୍ତି ପାଇଥାଏ l ଶ୍ରୀକ୍ଷେତ୍ରରେ ଜଗନ୍ନାଥ ମହାପ୍ରଭୁଙ୍କର କାଳୀୟଦଳନ ଉତ୍ସବ ଅନୁଷ୍ଠିତ ହୁଏ ଏବଂ ଅମୃତ ଲଡୁ ଭୋଗ କରାଯାଏ l ମାର୍କଣ୍ଡ ପୋଖରୀ ଉତ୍ସବମୁଖର ହୋ‌ଇଉଠେ l

ଅଙ୍ଗିଛି

ଗାମୁଛା l
< previous123456789331332Next >
Follow Us :   
  Download Bharatavani App
  Bharatavani Windows App